ଶ୍ରୀଶ୍ରୀଠାକୁରଙ୍କ ବାଣୀ
ଆଦର୍ଶ ବିନାୟକ
ତୁମେ ଯେପରି
ତୁମର ପୂର୍ବପୁରୁଷଙ୍କର
ରେତଃଧାରା —
ସେ ଧାରାରେ
ପୂର୍ବପୁରୁଷଙ୍କର ସ୍ୱତଃସନ୍ଦୀପନାରେ
ଉତ୍ସାରିତ ତର୍ପଣ ହୋଇ
ଅବତରଣ କରିଛ —
ମଣିଷ ହୋଇଛ —
—ସେ ଧାରା ଯଦି
କୌଣସିପ୍ରକାରରେ ବ୍ୟତିକ୍ରାନ୍ତ ନ ହୋଇଥାଏ —
ତା’ ନିଷ୍ଠାରେ, ଐତିହ୍ୟରେ, ବୈଧୀ-ଆଚାରରେ
ଜୀବନୀୟ ପ୍ରଥାରେ,
ଅସ୍ତିତ୍ୱର ଅନୁବେଦ୍ୟ
ଉତ୍ସର୍ଜ୍ଜନୀ ପରିଚର୍ଯ୍ୟାରେ,—
ସେହିପରି ଯେଉଁମାନେ
ପ୍ରେରିତ-ପୁରୁଷ —
ଯେଉଁମାନେ ଅବତାରପୁରୁଷ
ସେମାନେ ମଧ୍ୟ
ସେମାନଙ୍କର ପୂର୍ବତନମାନଙ୍କର
ସ୍ୱତଃସିଞ୍ଚିତ ରଶ୍ମିଧାରା,
ଆଉ, ସେହି ରଶ୍ମିଧାରାର ଭିତର-ଦେଇ ହିଁ
ବିଶେଷତ୍ୱ
ନିବିଷ୍ଟ ହୋଇଥାଏ,
ଯେଉଁଠାରେ ଯେପରି ପ୍ରୟୋଜନ —
ଉତ୍ସାରଣା ମଧ୍ୟ ହୋଇଥାଏ ସେହିପରି;
ତେଣୁ, ସେ
ପୂର୍ବତନମାନଙ୍କର ମଧ୍ୟ ତର୍ପଣତପା,
ଆଉ, ତାଙ୍କରି
ଉତ୍ସାରିତ ଅନୁଧାୟନାରେ
ଦେଶ-କାଳ-ପାତ୍ର
ଯେଉଁଠାରେ ଯେପରି —
ସେପରିଭାବରେ ହିଁ ଉଚ୍ଛ୍ୱସିତ ହୋଇଥାଆନ୍ତି —
କେତେ ଭାବରେ,
କେତେ ଥାକରେ
କେତେ ପ୍ରକାରରେ —
ତାହାର ଇୟତ୍ତା ନାହିଁ;
ଆଉ, ତାଙ୍କଠାରେ ହିଁ ଥାଆନ୍ତି —
ପୂର୍ବତନ ଯେଉଁମାନେ
ସେମାନେ ନିବିଷ୍ଟ
ନିହିତ;
ସୂତ୍ର-ସନ୍ଦୀପନୀ ତାତ୍ପର୍ଯ୍ୟରେ
ଜୀବନୀୟ ତତ୍ପରତାରେ
ଶିଷ୍ଟ ଆଧାନ
ଓ ଉଚ୍ଛଳ ଊର୍ଜ୍ଜନାରେ
ସେ ଆବିର୍ଭୂତ ହୋଇଥାଆନ୍ତି, —
ସୁଖଦୁଃଖର
ନାନାପ୍ରକାର ସଂଘାତର ଭିତରଦେଇ
ସେ ମଣିଷ ହୁଅନ୍ତି;
ତାଙ୍କର ସେହି ଦ୍ୟୁତି-ଦୀପନା
ଯେଉଁଠାରେ ଯେଉଁ ଭାବରେ ହୋଇଥାଏ —
ସେହିଭାବରେ ହିଁ
ବିଚ୍ଛୁରିତ ହୋଇଉଠେ,
ତେଣୁ, ସେ ହିଁ ଏକମାତ୍ର
ପୂର୍ବତନମାନଙ୍କର
ଜୀବନ ଆସନ,
ଅନୁଶାସନ ଉଦ୍ଦୀପନାହିଁ ହେଉଛି—
ତାଙ୍କର ଜୀବନୀୟ
ସକ୍ରିୟ ସନ୍ଦୀପନା;
ଲୋକହିତୀ ବ୍ରତ
ତାଙ୍କର ଯେପରି
ସହଜ, ସୁଦକ୍ଷ, ସମୀଚୀନ —
ଯା’ର ବ୍ୟାପନସମ୍ବେଗ
କେନ୍ଦ୍ରରୁ
ପରିଧିର ପରେ ପରିଧିରେ
ବୃଦ୍ଧି-ତତ୍ପରତାରେ
ବଢ଼ିହିଁ ଚାଲେ —
ସେ ମଧ୍ୟ ସେହିପରି;
ସେ —
ପୂର୍ବତନମାନଙ୍କର
ଏକମାତ୍ର ଶିଷ୍ଟ
ଅନୁଧାୟନୀ ତାତ୍ପର୍ଯ୍ୟ;
ସେହିଁ ଏକମାତ୍ର
ପୂର୍ବତନମାନଙ୍କର
ଚେତନଦୀପ୍ତ ପରମ ଆସନ,
ପୂର୍ବତନର
ପୂଜା ବା ତପଶ୍ଚର୍ଯ୍ୟା
ତାଙ୍କଠାରେ ହିଁ ହୁଏ
ତା’ଛଡ଼ା ଆଉ କୌଣସିଥିରେ ନୁହଁ,
ଇଷ୍ଟତ୍ୱ ବା ଗୁରୁତ୍ୱ
ତାଙ୍କଠାରେହିଁ ଏକମାତ୍ର ନିହିତ, —
ଆଉ କୌଣସିଥିରେ ନୁହେଁ;
ତାଙ୍କଠାରେ ନିଷ୍ଠାନିବିଷ୍ଟ ଯେଉଁମାନେ
ସେମାନଙ୍କ ଭିତରେ ମଧ୍ୟ
ତାଙ୍କରି ସ୍ରୋତଳ କିରଣ
ବିଚ୍ଛୁରିତ ହୋଇ
ମହାପୁରୁଷତ୍ୱରେ
ବିନାୟିତ ହୋଇଥାଏ;
ତେଣୁ, ସେ ଯେତେବେଳେ ଆସନ୍ତି —
ସମସ୍ତ ପୂଜା
ତାଙ୍କଠାରେ ହିଁ ସିଦ୍ଧ ହୋଇଥାଏ —
ନିବିଷ୍ଟତପା ଅନୁଧାୟନାର ଭିତରଦେଇ,—
ଶିଷ୍ଟ ଅନୁଶାସନର ଭିତରଦେଇ,—
କ୍ରମାଗତିର ଊର୍ଜ୍ଜନାର ଭିତରଦେଇ,—
ଉଦ୍ଦୀପନାର
ବିଚ୍ଛୁରଣୀ ରଶ୍ମିର ଭିତରଦେଇ,—
ଚରିତ୍ରର
ବିଶାସିତ
ଚାତୁର୍ଯ୍ୟ-ଅଧିଗମନର ଭିତରଦେଇ
ସବୁ ଯା’-କିଛିର
ଉଚ୍ଛଳ ନନ୍ଦନାରେ;
ସଂହତି ତାଙ୍କର ସ୍ୱଭାବ,
ସେ ଜଣେ ହୋଇ ମଧ୍ୟ
ହୃଦୟ-ରଶ୍ମି
ସମସ୍ତଙ୍କ ଭିତରେ
ବିକୀର୍ଣ୍ଣ କରିଦେଇ ଥାଆନ୍ତି —
ଭଲମନ୍ଦ ସମସ୍ତଙ୍କୁ ହିଁ,
ଅନ୍ତର-ଆକୂତି ଯାହାର ଯେପରି
ସେ ସେହିପରି କରିହିଁ
ତା’ ଗ୍ରହଣ କରେ;
ଭଣ୍ଡାର ଯାହାର ଯେପରି —
ପ୍ରବୃତ୍ତି ଯାହାର ଯେପରି —
ସେ ତାଙ୍କୁ
ସେହିପରି କରି ଗ୍ରହଣ କରିଥାଏ
ବା ତ୍ୟାଗ କରିଥାଏ,
ପୂର୍ବତନମାନଙ୍କର ଗୁରୁତ୍ୱ
ନିବିଷ୍ଟ ନନ୍ଦନାରେ
ତାଙ୍କଠାରେ ହିଁ ବିରାଜ କରେ;
ପୂର୍ବତନମାନଙ୍କୁ
ଯେଉଁମାନେ ଅସ୍ୱୀକାର କରନ୍ତି —
ସେମାନେ ଯଦି ତାଙ୍କୁ ସ୍ୱୀକାର ମଧ୍ୟ କରନ୍ତି —
ତା’ ମଧ୍ୟ
ସ୍ୱୀକାର
ସ୍ୱୀକୃତ ହୁଏନାହିଁ,
ନିଷ୍ଠାବିଭୋର
ଊର୍ଜ୍ଜନାନନ୍ଦିତ ହୋଇ
ଆନୁଗତ୍ୟ ଓ କୃତି-ସନ୍ଦୀପନାରେ
ପ୍ରବୁଦ୍ଧ ହୋଇଉଠେନା,
ଶ୍ରମସୁଖପ୍ରିୟତାର ସ୍ରୋତଳ ଅଭିଯାନ
କ୍ଷୀଣସନ୍ଦୀପୀ ହୋଇ ହିଁ ଚାଲେ ;
ତେଣୁ,
ତୁମର ଭାଗ୍ୟରେ ଯଦି
ଏପରି କେହି ମିଳନ୍ତି
ସବୁ ସହି
ସବୁ ବହି
ସବୁ ନେଇ
ଯଦି ତାଙ୍କଠାରେ ନିବିଷ୍ଟ ହୋଇପାର—
ଦୟୀ ବିଭାର
ବିଭୂତି-ବିଭବରେ
ତୁମେ ମଧ୍ୟ ଉତ୍ସର୍ଜ୍ଜିତ ହୋଇଉଠିବ;
ଆଉ, ସେହିଁ
ଜଗନ୍ନାଥଙ୍କର ନବ-କଳେବର—
ତା’ ସେ ବୁଝନ୍ତୁ
ବା ନ ବୁଝନ୍ତୁ,
ଜାଣନ୍ତୁ
ବା ନ ଜାଣନ୍ତୁ,
ତାଙ୍କର ଅନ୍ତଃସ୍ଥ ପ୍ରୀତିଲେଖା ହିଁ କହିଦିଏ
ସେଇ ସେ,
ଯେପରି ତୁମେ —
ତୁମର,
ଆଉ, ବ୍ୟତିକ୍ରମଦୁଷ୍ଟ ଯଦି ହୁଅ —
ବ୍ୟତିକ୍ରାନ୍ତ ହୋଇ
ପ୍ରବୃତ୍ତିର ଅତଳ ଗହ୍ୱରରେ
ନାନାପ୍ରକାର
ଖିଆଲଦୀପ୍ତ ଖାମଖିଆଲରେ
ନିଜର ବ୍ୟକ୍ତିତ୍ୱକୁ ହରାଇ
ପ୍ରବୃତ୍ତିର କଳୁଷ ଦୀପନାକୁ
ସଂଗ୍ରହ କରି ନେଇ
ତୁମେହିଁ ତୁମର ସମାଧି ରଚନା କରିବ;
ଯଦି ଭାଗ୍ୟରେ ପାଅ, —
ତାଙ୍କର ଦୃଷ୍ଟି ମଧ୍ୟ
ଯଦି ତୁମଠାରେ ଲାଗେ, —
ରାଗଦୀପ୍ତ
ଅସ୍ଖଳିତ ପ୍ରୀତିମାନ୍ ହୋଇ
ଯଦି ତାଙ୍କୁ
ଭଲହିଁ ପାଇପାର —
ସାର୍ଥକ ହେବ ତୁମେ,
ଆଉ, ସାର୍ଥକ ହୋଇଉଠିବ —
ତୁମର ଦୁନିଆ —
ସଞ୍ଚାରଣାର ସୁଧୀ ମନ୍ତ୍ରରେ
(ଆଦର୍ଶ ବିନାୟକ/ ବାଣୀ ସଂଖ୍ୟା-୯୮)