ଶ୍ରୀଶ୍ରୀଠାକୁରଙ୍କ ବାଣୀ

ଯତି ଅଭିଧର୍ମ

ଅଚ୍ୟୁତ ଇଷ୍ଟନିଷ୍ଠ ହୁଅ —

ତପଃପ୍ରାଣ ହୁଅ —

ସଂବୁଦ୍ଧ ହୁଅ —

ବୀର୍ଯ୍ୟବାନ୍ ହୁଅ —

ଅକ୍ଳାନ୍ତ ତେଜୀୟାନ ପରିଶ୍ରମୀ ହୁଅ,

ଦାୟିତ୍ୱ ନେଇ ଶିଖ —

ସତ୍-ସମ୍ବର୍ଦ୍ଧନୀ ଯା’ – ତା’ର —

ଆଉ, ତା’ର ଅନୁପୂରଣ ମଧ୍ୟ କର —

ବିହିତ ଭାବେ – ବିହିତ ସମୟରେ

ପ୍ରବୃତ୍ତି-ପରିଚର୍ଯ୍ୟା କରନା —

ତହିଁରେ ନିରାଶୀ ହୁଅ —

ନିର୍ମ୍ମମ ହୋଇଉଠ ସେଥିରେ

ନିରଖ-ପରଖ କର ନିଜକୁ —

ଆତ୍ମବିଶ୍ଳେଷଣ ଓ ଆତ୍ମନିୟନ୍ତ୍ରଣେ

ଅନ୍ତରକୁ ସବୁ ସମୟରେ ଚକ୍ ଚକ୍ କରି ରଖ,

କୌଶଳୀ ଓ ତୀକ୍ଷ୍ଣଧୀ ହୁଅ

ସଦାଚାରରେ ଶରୀର ଓ ସତ୍ତାଚର୍ଯ୍ୟୀ ହୁଅ

ସତ୍ ଓ ସୁଭାଷୀ ହୁଅ

ପ୍ରୀତି, ସୌଜନ୍ୟ, ସେବା ସହଯୋଗିତାରେ

ସଭିଙ୍କର ସମ୍ବର୍ଦ୍ଧନୀ କରିତୋଳ ନିଜକୁ,

କଳଙ୍କ, ଦ୍ୱନ୍ଦ୍ୱ ଓ ଦୁର୍ବଳତାକୁ ତିରୋହିତ କରି

ଅନ୍ୟାୟ ବା ଅସତ୍ ଯାହା ତାକୁ ନିରୋଧ କରି

ଆଲୋକରେ ଉଲ୍ଲସିତ ରହ

ଏବଂ କରିତୋଳ ସଭିଙ୍କୁ —

ତପଶ୍ଚେତା ହୋଇ

ଧର୍ମ୍ମାନୁଗ ସର୍ବ ସତ୍କର୍ମ୍ମେ

ନିୟୋଜିତ ରହି,

ସ୍ୱାଧ୍ୟାୟୀ ହୋଇ

ଜୀବନ-ପ୍ରବୃଦ୍ଧି

ଓ ସ୍ମୃତିବାହୀ ଚେତନାର ପଥକୁ

ଅନୁସନ୍ଧାନ କର —

ଏବଂ ତାହା ବାସ୍ତବୀକରଣେ ବିହିତ ବ୍ୟବସ୍ଥାବାନ୍ ହୁଅ,

ଆଉ, ସବୁ-କିଛିକୁ ନେଇ

ପ୍ରିୟପରମଙ୍କଠାରେ ସାର୍ଥକ ହୋଇ ଉଠ,

ଏଇ ହେଉଛି —

ଯାହା-କିଛି ସବୁର ହିଁ ପରମ ସାର୍ଥକତା ।

 

(ଯତି-ଅଭିଧର୍ମ ବାଣୀ ସଂଖ୍ୟା-୪)

You might also like