ନୌକା ଯେପରି ଦଉଡ଼ି ଦ୍ୱାରା ଟଣା ହୋଇଯାଏ, ଇଷ୍ଟଭୃତି ମଧ୍ୟ ସେହିପରି ମଣିଷକୁ ଟାଣି ନେଇଯାଏ
ଇଷ୍ଟଭୃତି ପ୍ରସଙ୍ଗେ ଶ୍ରୀଶ୍ରୀଠାକୁର
ଇଷ୍ଟଭୃତି ବିଶେଷ ଭାବରେ ଦୁଇଟି କାରଣ ପାଇଁ ଏକାନ୍ତ ଗୁରୁତ୍ୱପୂର୍ଣ୍ଣ । ଗୋଟିଏ ହେଲା – ଜୀବନର ଇଷ୍ଟ ଦେବତାଙ୍କ ପୋଷଣ-ପାଳନ, ପୂରଣ କରିବା । ଅନ୍ୟଟି ହେଲା ନିଜର କର୍ମ ନିଷ୍କୃତ ଫଳ ତାଙ୍କୁ ଅର୍ପଣ କରି ସାର୍ଥକ କର୍ମା ହୋଇଉଠିବା । ଏହି ଇଷ୍ଟଭୃତି ସତସଙ୍ଗର ଅନ୍ୟତମ ପ୍ରମୁଖ ବିଧାନ । ପରମ ପ୍ରେମମୟ ଶ୍ରୀଶ୍ରୀଠାକୁର ଅନୁକୂଳଚନ୍ଦ୍ର ହିଁ ଏହି ବିଧାନର ସ୍ରଷ୍ଟା । ସେ ଭକ୍ତମାନଙ୍କ ଉଦ୍ଦେଶ୍ୟରେ ଏକଦା କହିଥିଲେ – ଏଥର ମୁଁ ତୁମ୍ଭମାନଙ୍କୁ ଚାବିକାଠି ଦେଇଯାଉଛି । ଅର୍ଥାତ୍ – ମନୁଷ୍ୟ ଜୀବନର ସାର୍ଥକ ସାଧନା ପାଇଁ ଯାହା ଆବଶ୍ୟକ, ସେସବୁ ଅତ୍ୟନ୍ତ ସ୍ପଷ୍ଟ କରିଦେଇଛନ୍ତି । ସେହି ଚାବିକାଠି ମଧ୍ୟରେ ଏହି ଇଷ୍ଟଭୃତି ହିଁ ଗୁରୁତ୍ୱପୂର୍ଣ୍ଣ। ଇଷ୍ଟଭୃତିର ଗୁରୁତ୍ୱ ସମ୍ପର୍କରେ ଶ୍ରୀଶ୍ରୀଠାକୁର ଦୟାକରି ବହୁ କଥା କହିଛନ୍ତି । ସେ ମଧ୍ୟରୁ କିଂଚିତ୍….
“ଇଷ୍ଟଭୃତି Normal (ସହଜ) ହେଲେ ବି ଗୋଟାଏ Super fluid of energy (ଉଦ୍ବୃତ୍ତ ଶକ୍ତି) ରହି ହିଁ ଯାଏ ଏବଂ ସବୁ କାର୍ଯ୍ୟରେ ହିଁ ତାର ସାହାଯ୍ୟ ପାଇବା ହୁଏ । ଇଷ୍ଟଭରଣ ଧନ୍ଦା ଯାହାର ମନ-ମୁଣ୍ଡରେ ଲାଗିରହେ, ତାର ପ୍ରବୃତ୍ତିଗୁଡ଼ିକ ମଧ୍ୟ ଧୀରେ ଧୀରେ ସୁବିନ୍ୟସ୍ତ ହୋଇଉଠେ, ତା’ର ସବୁକିଛି ଭିତରେ ଗୋଟାଏ ଏକସୂତ୍ର ନିବଦ୍ଧ ସମାହାର ହୋଇଥାଏ, ତେଣୁ ବୋଧ ବି ସେହିପରି ଭାବେ ଫୁଟି ଉଠେ । ତା’ଛଡ଼ା, ସେ କେବଳ ଭାବବିଳାସୀ ହୁଏ ନାହିଁ, ତା’ର ଭାବିବା କରିବା ମଧ୍ୟରେ ଗୋଟିଏ ସଙ୍ଗତି ରହେ । ଏହି ଭାବରେ ଜୀବନରେ କୃତକାର୍ଯ୍ୟତାର ପଥ ତାର ଖୋଲିଯାଏ । ନିତ୍ୟ ଇଷ୍ଟଭୋଗର ନୈବେଦ୍ୟ ନିବେଦନ କରି ଗୋଟାଏ ଆମ ପ୍ରସାଦ ଲାଭ କରାଯାଏ। ପ୍ରସାଦର ମଧ୍ୟରେ ପ୍ରସାର ମଧ୍ୟ ଅଛି । ଦେଇ ପୁଷ୍ଟ କରିବା ମଧ୍ୟରେ ହିଁ ପାଇ ପୁଷ୍ଟ ସ ଉନ୍ନତ ହେବାର ପଥ ଅଛି । ପୁଣି ଇଷ୍ଟଭୃତି କ୍ରମବର୍ଦ୍ଧମାନ କରି ରଖିବାକୁ ହୁଏ, ଏହିପରି ପ୍ରଚେଷ୍ଟା ନେଇ ଚଳିଲେ, ଏହିପରି ତପସ୍ୟାରତ ରହିଲେ, ତାର ଉନ୍ନତି ଅନିବାର୍ଯ୍ୟ । ଭୋଜ୍ୟଟା ବା ପଇସାଟା ମୂଳ ନୁହେଁ, ଏହାର ମୂଳ କଥା ହେଲା, ଇଷ୍ଟଙ୍କୁ ଦେବାର ଆବେଗ, ତାଙ୍କୁ ନ ଦେଇ, ନ ଖୁଆଇ ଆମକୁ ଭଲ ଲାଗେ ନାହିଁ, ତେଣୁ ସର୍ବାଗ୍ରେ ଆମର ତାଙ୍କ ସେବାର ଆୟୋଜନ । ଏହି ଆବେଗ ଯେତେବେଳେ ମଣିଷର ଅନ୍ତରରେ ନିଶା ପରି ପାଇବସେ, ସେ ସେତେବେଳେ ତାର ସବୁ କରିବା ଭିତର ଦେଇ ତାଙ୍କୁ ହିଁ ଅର୍ଘ୍ୟ ନନ୍ଦିତ କରିବାକୁ ଚାହେଁ, ଜୀବନରେ ଯେପରି ତା’ର ଗୋଟାଏ ଅଫୁରନ୍ତ ଉତ୍ସାହ ଜାଗିଉଠେ ।”
“ଇଷ୍ଟଭୃତିର ଗୁଣର କଥା କହି ଶେଷ କରାଯାଏ ନାହିଁ । ମୁଁ ଏହାକୁ କୁହେ ସାମର୍ଥ୍ୟୀଯୋଗ । ଏଥିରେ ମନୁଷ୍ୟ ଯୋଗ୍ୟ ହୋଇଉଠେ । ନିୟମିତ ଭାବେ Asetic wayରେ ତାପସଭାବେ ଇଷ୍ଟଭୃତି କରିଲେ ବୋଧ କରିପାରିବେ, ବିପଦ-ଆପଦ କାଟିବାର କ୍ଷମତା କେତେ ପରିମାଣରେ ବଢ଼ିଯାଉଛି। ଦୁନିଆ ଟଳମଳ ହେବାକୁ ବସିଲେ ବି ଆପଣ ଅଟଳଭାବେ ରହିପାରିବେ । ବର୍ମାର ଯୁଦ୍ଧ ସମୟରେ, ନୂଆଖାଲି ଓ କଲିକତାର ଦଙ୍ଗା ସମୟରେ ଭୂରି ଭୂରି ଦୃଷ୍ଟାନ୍ତ ଦେଖାଯାଇଛି – ଯେଉଁମାନେ ନିଷ୍ଠାର ସହିତ ଯଜନ-ଯାଜନ-ଇଷ୍ଟଭୃତି କରନ୍ତି, ସେମାନେ ପରମପିତାଙ୍କ ଦୟାରେ କି’ ଭାବେ ସମୂହ ବିପଦର ହାତରୁ ରକ୍ଷା ପାଇଯାନ୍ତି । ଅବଶ୍ୟ ଆତ୍ମସ୍ୱାର୍ଥର ଲୋଭରେ କରିବା ଉଚିତ ନୁହେଁ । ପରମପିତାଙ୍କୁ ଭଲପାଇ ତାଙ୍କ ପଥରେ ଚଳିଲେ, ପରମପିତା ସେମାନଙ୍କ ହାତ ଧରି ଚଳାଇ ନେଇ ମଙ୍ଗଳର କୋଳରେ ସମାସୀନ କରନ୍ତି ।” (ଆଲୋଚନା ପ୍ରସଙ୍ଗ, ୧୦ମ ଖଣ୍ଡ)
“ନୌକା ଯେପରି ଦଉଡ଼ି ଦ୍ୱାରା ଟଣା ହୋଇଯାଏ, ଇଷ୍ଟଭୃତି ମଧ୍ୟ ସେହିପରି ମଣିଷକୁ ଟାଣି ନେଇଯାଏ । ଗୋଟିଏ ସୁକେନ୍ଦ୍ରିକ ଧନ୍ଦା ଲାଗି ରହେ, ସେଇଥିରେ ମଣିଷ ଠିକ୍ ରହେ । ଅବଶ୍ୟ ଚାନ୍ଦାପରି କରିଲେ ହୁଏ ନାହିଁ । ମୁଣ୍ଡରେ ଗୋଟାଏ ଚାପ ଲାଗି ରହିବା ଆବଶ୍ୟକ । ଆଉ ସବୁ କିଛି ମାଧ୍ୟମରେ ତାଙ୍କୁ ଉପଚୟୀ କରିବାର ବୁଦ୍ଧି ଦରକାର । ତା’ହେଲେ ହିଁ ମଣିଷ ଉପଚୟୀ ହୁଏ । ନିଜେ ଉପଚୟୀ ହେବାର ବୁଦ୍ଧି ରହିଲେ ଏହି ପ୍ରବୃତ୍ତିଟା ହିଁ ବଡ଼ ହୁଏ, ପ୍ରତ୍ୟାଶା ବିଧୁର ହୋଇଥାଏ । ସେଥିରେ ମଣିଷର ନିୟନ୍ତ୍ରଣ ବି ହୁଏ ନାହିଁ, ବିକାଶ ବି ହୁଏ ନାହିଁ, ତେଣୁ ଉପଚୟୀ ମଧ୍ୟ ହୋଇଉଠେ ନାହିଁ ।” (ଆ.ପ୍ର.୨୦ ପୃ.୧୫୦)
“ମଣିଷ ଦେଲେ ତା’ର ଶହେ ଗୁଣ ପାଏ ହିଁ ।” (ଆ.ପ୍ର.୨୦ ପୃ.୧୧୫)
“ଦିନ ଗୁଜରାନୀ ଆୟ ଥେକେ କର ଇଷ୍ଟଭୃତି ଆହରଣ,
ଜଳଗ୍ରହଣେର ପୂର୍ବେଇ ତା କରିସ୍ ଇଷ୍ଟେ ନିବେଦନ।
ନିତ୍ୟ ଏମନି ନିୟମିତ ଯେମନ ପାରିସ୍ କରେ ଇ ଯା,
ମାସଟି ଯବେ ଶେଷ ହବେ ତୁଇ ଇଷ୍ଟସ୍ଥାନେ ପାଠିସ ତା।
ଇଷ୍ଟ ସ୍ଥାନେ ପାଠିୟେ ଦିଏ ଆରୋ ଦୁଟି ଭୁଜ୍ୟ ରାଖିସ୍,
ଗୁରୁଭାଇ ବା ଗୁରୁଜନେର ଦୁଜନାକେ ସେଇଟି ଦିସ୍।
ପାଡ଼ା-ପଡ଼ଶୀର ସେବାର କାଜେ ରାଖିସ୍ କିନ୍ତୁ କିଛୁ ଆରୋ,
ଉପଯୁକ୍ତ ଆପଦ ଗ୍ରସ୍ତେ ଦିତେଇ ହବେ ଯେଟୁକ ପାର
ଏ ସବ୍ ଗୁଲିର ଆଚରଣେ ଇଷ୍ଟଭୃତି ନିଖୁଁତ ହୟ
ଏ ନା କରେ ଇଷ୍ଟଭୃତି ଜାନିସ୍ କିନ୍ତୁ ପୂର୍ଣ୍ଣ ନିୟ ।୭ା”
(ଅନୁଶ୍ରୁତି ୧ମ – ଇଷ୍ଟଭୃତି)
“ବିଶ୍ୱାସ ଅବିଶ୍ୱାସର କଥା ନାହିଁ । ତାଙ୍କୁ ଦେବା, ଏହି ସୁକେନ୍ଦ୍ରିକ ଆକୃତିରେ ଯାହା ଦେବାର ତାହା ହେବ । ଯେଉଥିରେ ସୁକେନ୍ଦ୍ରିକ ହେବ, ଅର୍ଜନ କରିବ ଯାହା ପାଇଁ, ଆମର ଆଡଜଷ୍ଟମେଣ୍ଟ (ନିୟନ୍ତ୍ରଣ) ସେହିପରି ହେବ। ଆମର ବନ୍ଧୁବାନ୍ଧବ, ପୁଅବୋହୂ, ଆତ୍ମୀୟ ସ୍ୱଜନ, ଟଙ୍କା-ପଇସା, ପ୍ରବୃତ୍ତି, ଘର ସଂସାର, ଯାବତୀୟ ଯାହା କିଛିର ତଦନୁପାତିକ ମିନିଙ୍ଗଫୁଲ (ସାର୍ଥକ ବିନ୍ୟାସ) ହେବାକୁ ପଡ଼ିବ । ଆମର ଯାହାକିଛି ଦେଇ ତାଙ୍କୁ ଫୁଲଫିଲ୍ (ପୂରଣ) କରିବା । ସେ ହିଁ ସର୍ବାଗ୍ରେ, ଆମେ ବି ସେଠାରେ ତଳେଇ ଯାଇଛୁ । ଆମେ ଖାଇବା ଆଗରୁ ତାଙ୍କୁ ନିବେଦନ ମାନେ ଆମେ ଆମର ଜଗତ ନେଇ ତାଙ୍କୁ ମୁଖ୍ୟ କରି ଚଳୁଛୁ । ଦୈନନ୍ଦିନ ଏହି କରିବା ଫଳରେ ଏପରି ଶକ୍ତି ସଞ୍ଚିତ ହୋଇଥାଏ ଯେ, ବିଶେଷ ବିପଦ ଆପଦ ମୁହୂର୍ତ୍ତରେ ତାଙ୍କ ପ୍ରଭାବରେ ସହଜରେ ହିଁ ଆମ୍ଭେମାନେ ବିପଦରୁ ଉତ୍ତୀର୍ଣ୍ଣ ହୋଇପାରୁ । ଇଷ୍ଟାନୁଗ ଚଳନରେ ଆୟର ଅପବ୍ୟୟ ହୁଏ କମ୍ । ତେଣୁ ମୂଳ ସମ୍ଭାବ୍ୟତାର ପୂର୍ଣ୍ଣ ସୁଯୋଗଟା ପାଇବା ହୁଏ ।” (ଆ.ପ୍ର.୨୦ ପୃ.୧୦୩)
“ଇଷ୍ଟଭୃତି ଯାହାର ଯେପରି କ୍ଷମତା, ସେହିପରି ଭାବେ ଯଦି କରୁ, ତାହା ଆମର ଜୀବନକୁ ବାନ୍ଧି ରଖିବ । ଆପଦ-ବିପଦ ମଧ୍ୟ ଦେଇ ବଞ୍ଚାଇ ନେଇ ଚାଲିବ ।” (ଆ.ପ୍ର.୨୦ ପୃ.୧୬୩)
“ଦୈନନ୍ଦିନ ଆହାର ଯେମନ – ଇଷ୍ଟଭୃତି ରାଖିସ୍ ତେମନ
ଏଇଟିଇ ଜାନିସ୍ ନେହାତ କମ୍ ଏର ଓ କମେ କି ନୟ ବିଷମ?
ପାରଲେ କମେ ଯାସ୍ ଇ ନା କପଟ ବ୍ରତୀ ହସ୍ ଇ ନା ।୨୦ା
(ଅନୁଶ୍ରୁତି ୧ମ – ଇଷ୍ଟଭୃତି)
“ଶରୀର-ମନର ଯୁକ୍ତ ଆଗ୍ରହ,
ଈପ୍ସିତଙ୍କ ଠାରେ କେନ୍ଦ୍ରାୟିତ ହୋଇ-
କେବଳ ତାଙ୍କରି ଭରଣକାମନାରେ ଉପାର୍ଜନ କରି,
ଦୈନନ୍ଦିନ ସର୍ବପ୍ରଥମେ ତାଙ୍କୁ ଯେଉଁ ଅର୍ଘ୍ୟ ନିବେଦନ କରାଯାଏ-
ତାକୁ ଇଷ୍ଟଭୃତି କହନ୍ତି;
ପ୍ରାତ୍ୟହିକ ଏହି ଭକ୍ତି-ଅବଦାନ ମଣିଷର ବିଧାନରେ
ତା’ର ଆଗ୍ରହ-ଅନୁରତି-ମାଫିକ୍,-
ଯେକୌଣସି ଆପଦର ସମ୍ମୁଖୀନ ହେବାମାତ୍ରେ
ଏଭଳି ପ୍ରେରଣାରେ ଉଦ୍ବୁଦ୍ଧ କରିତୋଳେ-
ଯହିଁରେ ପ୍ରାୟଶଃ ଅନାୟାସେ ହିଁ ସେ
ମୁକ୍ତାପଦ ହୋଇ ଉଠିପାରେ;
ଏହାକୁ ସାମର୍ଥ୍ୟ- ଯୋଗ ବି କୁହାଯାଏ,
ତେଣୁ, ଇଷ୍ଟଭୃତି- ପାଳନରେ ବିମୁଖ ହୁଅନା-
ଆପଦରେ ବଞ୍ଚିବାରୁ କମ୍ ହିଁ ବଞ୍ଚିତ ହେବ ।
(ସମ୍ବିତୀ; ବାଣୀ ସଂଖ୍ୟା ୩୫୯)