ଶ୍ରୀଶ୍ରୀପୁରୁଷୋତ୍ତମାଷ୍ଟକ ସ୍ତୋତ୍ରମ୍

ଶ୍ରୀଶ୍ରୀବଡ଼ଦା

ଜ୍ଞାନାଗ୍ନିଦଗ୍ଧମୋହଂ ବିଜିତରିପୁଦଳଂ ଦୀପ୍ତପୌରୁଷଜୁଷ୍ଟମ୍
ସନ୍ମାର୍ଗଦର୍ଶନାର୍ଥଂ କଳିହତଜନୁଷାଂ ସତ୍ସଙ୍ଗଂ କଳ୍ପୟନ୍ତମ୍ ।
ବୈରାଗ୍ୟଯୋଗସିଦ୍ଧଂ ଚରିତମୁନିମତଂ ବିଶ୍ୱବନ୍ଦ୍ୟଂ ମହାନ୍ତମ୍
ବନ୍ଦେଽନୁକୂଳଚନ୍ଦ୍ରଂ ଭୁବନଭୟହରଂ ମୋକ୍ଷଦଞ୍ଚେଷ୍ଟଦେବମ୍ ।୧ା

ବ୍ରହ୍ମାନନ୍ଦସୁଧାଧାରାପ୍ଳାବିତମୁଖମଣ୍ଡଳମ୍
ବନ୍ଦେ ତ୍ୱାଂ କରୁଣାସିନ୍ଧୁଂ ଚିନ୍ମୟଂ ପୁରୁଷୋତ୍ତମମ୍ ।୨ା

ମାୟାଘୋରତମୋଧ୍ୱଂସି-ସଦ୍ବିଦ୍ୟାପ୍ରବିଭାସକମ୍
ଜ୍ୟୋତିର୍ମୟଂ ପ୍ରସନ୍ନାସ୍ୟଂ ନମାମି ପୁରୁଷୋତ୍ତମମ୍ ।୩ା

ଜଗତ୍ତ୍ରିତାପସଂହାରକାରଣବ୍ୟଗ୍ରମାନସମ୍
ଆପୂରୟମାଣଂ ବନ୍ଦେ ନରନାରାୟଣାତ୍ମକମ୍ ।୪ା

ଯଜନଂ ଯାଜନଞ୍ଚୈବମିଷ୍ଟଭୃତିରିତି ତ୍ରୟୀ ।
ମୁକ୍ତିଦା ଖ୍ୟାପିତା ଲୋକେ ନୌମି ତ୍ୱାଂ ପୁରୁଷୋତ୍ତମମ୍ ।୫ା

ଜୀବୋଦ୍ଧାରକ୍ରିୟାନିଷ୍ଠଃ ଧୃତମାନବବିଗ୍ରହଃ ।
ବୈଶିଷ୍ଟ୍ୟପାଳୀ ଦେବସ୍ତ୍ୱଂ ନମାମି ପୁରୁଷୋତ୍ତମମ୍ ।୬ା

ବିଶ୍ୱକଲ୍ୟାଣଧାତାରଂ ଧର୍ମମାର୍ଗପ୍ରବର୍ତ୍ତକମ୍ ।
ଅବିଦ୍ୟାଗ୍ରନ୍ଥିଚ୍ଛେତ୍ତାରଂ ନତୋଽସ୍ମି ପୁରୁଷୋତ୍ତମମ୍ ।୭ା

ତୁଭ୍ୟଂ ନମଃ ସକଳମଙ୍ଗଳଦାୟକାୟ
ତୁଭ୍ୟଂ ନମଃ ଶରଣସଂଶ୍ରିତରକ୍ଷକାୟ ।
ତୁଭ୍ୟଂ ନମୋଽସ୍ତୁ ଜଗତାଂ ପରମୈକପିତ୍ରେ
ଭକ୍ତ୍ୟା ନତୋଽସ୍ମି ସତତଂ ପୁରୁଷୋତ୍ତମାୟ ।୮ା

ଯ ଇଦଂ ପରମଂ ସ୍ତୋତ୍ରଂ ଭକ୍ତିଯୁକ୍ତଃ ପଠେନ୍ନରଃ ।
ଗୁରୁକୃପାବଶାତ୍ ସଦ୍ୟଃ ଶ୍ରେୟଃ ପରମବାପ୍ନୁୟାତ୍ ।।

ଶ୍ରୀଶ୍ରୀପୁରୁଷୋତ୍ତମାଷ୍ଟକ ସ୍ତୋତ୍ରର ଓଡ଼ିଆ ମର୍ମାନୁବାଦ


୧- ବ୍ରହ୍ମଜ୍ଞାନରୂପକ ଅଗ୍ନିଦ୍ୱାରା ଯିଏ ମୋହରାଶିକୁ ଭସ୍ମୀଭୂତ କରିଛନ୍ତି, ଯିଏ କାମାଦି ରିପୁସମୂହ, ପକ୍ଷାନ୍ତରରେ ବାହ୍ୟ ଶତ୍ରୁଗଣକୁ ବିଜୟ କରିଛନ୍ତି, ଯିଏ ପ୍ରଦୀପ୍ତ ପୁରୁଷକାରରେ ପ୍ରତିଷ୍ଠିତ, କଳିହତଜନ୍ମ ଜୀବଗଣକୁ ସତମାର୍ଗ ଦେଖାଇବା– ଉଦ୍ଦେଶ୍ୟରେ ସତସଙ୍ଗ ସ୍ଥାପନା କରିଛନ୍ତି, ସେହି ମୁକ୍ତିଦାତା ବିଶ୍ୱବନ୍ଦ୍ୟ ମହାମାନବ ଇଷ୍ଟଦେବ ଅନୁକୂଳଚନ୍ଦ୍ରଙ୍କ ବନ୍ଦନା କରୁଛି।

୨- ବ୍ରହ୍ମାନନ୍ଦରୂପ ଅମୃତପ୍ରବାହରେ ଯାହାଙ୍କ ମୁଖମଣ୍ଡଳ ପରିପ୍ଳାବିତ, ସେହି କରୁଣାସାଗର ଚିନ୍ମୟ ପୁରୁଷୋତ୍ତମ ଆପଣଙ୍କୁ ମୁଁ ବନ୍ଦନା କରୁଛି ।

୩ -ମାୟାରୂପୀ ଘୋର ଅନ୍ଧକାରବିନାଶକାରିଣୀ ବ୍ରହ୍ମବିଦ୍ୟାକୁ ଯିଏ ପ୍ରକାଶିତ କରିଛନ୍ତି, ଜ୍ୟୋତିର୍ମୟ ପ୍ରସନ୍ନବଦନ ସେହି ପୁରୁଷୋତ୍ତମଙ୍କୁ ମୁଁ ପ୍ରଣାମ କରୁଛି ।

୪- ଜଗତର ଆଧ୍ୟାତ୍ମିକ, ଆଧିଭୌତିକ, ଆଧିଦୈବିକ ଏହି ତ୍ରିତାପକୁ ଦୂରୀଭୂତ କରିବାପାଇଁ ସର୍ବଦା ଚେଷ୍ଟିତ ପରିପୂରଣକାରୀ ପୁରୁଷୋତ୍ତମଙ୍କୁ ମୁଁ ପ୍ରଣାମ କରୁଛି ।

୫- ଯଜନ, ଯାଜନ, ଇଷ୍ଟଭୃତି ଏହି ତ୍ରୟୀକୁ ମୁକ୍ତିର କାରଣରୂପେ ଯିଏ ଜଗତରେ ପ୍ରକାଶିତ କରିଛନ୍ତି ସେହି ପୁରୁଷୋତ୍ତମଙ୍କୁ ମୁଁ ପ୍ରଣାମ କରୁଛି ।

୬- ଜୀବକୁଳକୁ ଉଦ୍ଧାର କରିବାପାଇଁ ଯିଏ କର୍ମଯୋଗ ଅବଲମ୍ବନ କରି ମାନବଶରୀର ଧାରଣ କରିଛନ୍ତି, ସେହି ବୈଶିଷ୍ଟ୍ୟପାଳୀ ପରମଦେବତା ପୁରୁଷୋତ୍ତମଙ୍କୁ ମୁଁ ପ୍ରଣାମ କରୁଛି ।

୭-ବିଶ୍ୱକଲ୍ୟାଣକାରୀ ଧର୍ମପଥପ୍ରବର୍ତ୍ତକ ଅବିଦ୍ୟାରୂପ ଗ୍ରନ୍ଥିଛେଦନକାରୀ ପୁରୁଷୋତ୍ତମଙ୍କୁ ମୁଁ ପ୍ରଣାମ କରୁଛି ।

୮- ଇହଲୌକିକ, ପାରଲୌକିକ ସର୍ବବିଧ ମଙ୍ଗଳଦାତାଙ୍କୁ ମୁଁ ପ୍ରଣାମ କରୁଛି ।

ଶରଣାଗତରକ୍ଷାକାରୀ ଆପଣଙ୍କୁ ମୁଁ ପ୍ରଣାମ କରୁଛି । ଜଗତର ଏକମାତ୍ର ପରମପିତା ଆପଣଙ୍କୁ ମୁଁ ପ୍ରଣାମ କରୁଛି । ହେ ପୁରୁଷୋତ୍ତମ! ସର୍ବଦା ଭକ୍ତିସହିତ ଆପଣଙ୍କୁ ମୁଁ ପ୍ରଣାମ କରୁଛି । ଯେଉଁ ବ୍ୟକ୍ତି ପ୍ରତିଦିନ ଭକ୍ତିଯୁକ୍ତ ଚିତ୍ତରେ ଏହି ସ୍ତୋତ୍ର ପାଠ କରେ ସେ ଶ୍ରୀଗୁରୁଦେବଙ୍କ କୃପାଲାଭ କରି ପରମଶ୍ରେୟ ଲାଭ କରିଥାଏ ।

You might also like