ଶ୍ରୀଶ୍ରୀଠାକୁରଙ୍କର ବାଣୀ

ସ୍ୱାସ୍ଥ୍ୟ ଓ ସଦାଚାର-ସୂତ୍ର

ବ୍ୟବହାରଯୋଗ୍ୟ କୌଣସି ବସ୍ତୁ ପ୍ରସ୍ତୁତି ସମୟରେ

ବିଶେଷତଃ ଖାଦ୍ୟଦ୍ରବ୍ୟ ପ୍ରସ୍ତୁତି ସମୟରେ

ନିଜର ଶରୀର,

ହାତ, ଗୋଡ଼, ମୁହଁ, ନାକ ଇତ୍ୟାଦି

ବିଶେଷ ଭାବରେ ପରିଷ୍କାର-ପରିଚ୍ଛନ୍ନ କରି

ତାହା କରିବାକୁ ଯାଅ,

ତୁମର ପରିଧାନର ପରିଚ୍ଛଦ

ଏପରି ପରିଚ୍ଛନ୍ନ ହେବା ଦରକାର —

ଯାହାଦ୍ୱାରା ଚକ୍ଷୁର ଅଗୋଚରରେ

କୌଣସି ବିଷାକ୍ତ ଜୀବାଣୁ

ବା ସ୍ୱାସ୍ଥ୍ୟ ପକ୍ଷରେ ହାନିକର

ଏପରି କୌଣସି ଜିନିଷ

ତାହା ଭିତର ଦେଇ ସଞ୍ଚାରିତ ହୋଇ ନପାରେ;

ଯଥୋପଯୁକ୍ତ ବ୍ୟାଧିପ୍ରତିଷେଧକ ବ୍ୟବସ୍ଥାରେ

ସହଜ ଓ ସ୍ୱତଃ ହୋଇ

ସେଗୁଡ଼ିକ କରିବାକୁ ଯାଅ,

କୌଣସି ପାତ୍ରରେ ମୁହଁ ଲଗାଇ ଖାଇ

ବା ସେଥିରେ ମୁହଁ ଛୁଆଁଇ

ଉପଯୁକ୍ତ ଭାବରେ ପରିସ୍ରୁତ ନକରି,

ସେଗୁଡ଼ିକ ଅନ୍ୟକୁ ଦେବାକୁ ଯାଅ ନାହିଁ,

ଖାଦ୍ୟବସ୍ତୁ ବା ପାନୀୟ ଯାହାକିଛି

ଏପରି ଭାବରେ ପରିଶୁଦ୍ଧ ଓ ପରିଚ୍ଛନ୍ନ କରି ରଖ

ଯାଦ୍ୱାରା କୌଣସି-ରକମେ

କୌଣସି ପ୍ରକାର ବିଷାକ୍ତ ଜୀବାଣୁ

ସେଥିରେ ବାହିତ ହୋଇ

ମଣିଷଠାରେ ସଂକ୍ରାମିତ ହୋଇ ଉଠି ନପାରେ;

ସେଥିରେ ତୁମର ବି ମଙ୍ଗଳ

ଅନ୍ୟର ମଧ୍ୟ ମଙ୍ଗଳ,

ଏହି ସାତ୍ତ୍ୱିକ ଆଚାର ପରିପାଳନରେ

ମଣିଷ ଅନେକ ଆପଦ-ବିପଦକୁ

ଏଡ଼ାଇ ଚାଲିପାରେ ।

(ସ୍ୱାସ୍ଥ୍ୟ ଓ ସଦାଚାର-ସୂତ୍ର, ବାଣୀ ସଂଖ୍ୟା-୭୭)

You might also like