ସୁସ୍ୱାସ୍ଥ୍ୟ ଓ ଦୀର୍ଘାୟୁ ଲାଭର ଉପାୟ

ଶ୍ରୀଶ୍ରୀଠାକୁର

“ଶରୀରମାଦ୍ୟଂ ଖଳୁ ଧର୍ମସାଧନମ୍”– ତେଣୁ ସବୁ ସମୟରେ ସୁସ୍ଥ, ସହନପଟୁ ଓ ଦୀର୍ଘାୟୁ ହେବାର ଏହି ବହୁମୂଲ୍ୟ ନୀତିଗୁଡ଼ିକ ପାଳନ କରିବାକୁ ସଚେଷ୍ଟ ହେବ ।

୧- ଇଷ୍ଟଙ୍କ ଠାରେ ସହଜ ଆପ୍ରାଣତା, ତଚ୍ଚିତ୍ତପରାୟଣତା ଓ ତତ୍ପରନିଷ୍ଠ ହୋଇ ତତ୍ସ୍ୱାର୍ଥପରାୟଣତା ।

୨- ପାରିପାର୍ଶ୍ବିକ ସେବା, ସମ୍ବର୍ଦ୍ଧନା, ସାହାଯ୍ୟ ଓ ସାହଚର୍ଯ୍ୟ-ପରାୟଣ ହୋଇ ସେମାନଙ୍କୁ ଇଷ୍ଟସ୍ୱାର୍ଥ ଓ ଇଷ୍ଟପ୍ରତିଷ୍ଠାରେ ଉଦବୁଦ୍ଧ କରି ତୋଳିବା ।

୩- ନିୟମିତ ସଂଧ୍ୟା ପ୍ରାର୍ଥନା, ବ୍ରାହ୍ମମୁହୂର୍ତ୍ତରେ ଶଯ୍ୟାତ୍ୟାଗ ଏବଂ ପ୍ରଥମେ ଏକକ ଭ୍ରମଣ ଓ ତତ୍ପରେ ଅର୍ଦ୍ଧରୁ ଏକଡ୍ରାମ୍ ଥାଳକୁଡ଼ି ପତ୍ରର ରସ ଟିକିଏ କ୍ଷୀର ଓ ଆଖୁଗୁଡ଼ ସହ ଖାଇ ବେଶୀ ପରିମାଣ ପାଣି ପିଇବା ପରେ ସାଙ୍ଗମାନଙ୍କ ସହିତ ଭ୍ରମଣରେ ଆହୁରି ସୁବିଧା ହୋଇପାରେ । ଏହାଦ୍ୱାରା ଟିକେ ବେଶୀ ପରିମାଣ ପରିସ୍ରା ହୋଇ ଶରୀରର ବିଷ ପ୍ରାୟ ହିଁ ବାହାରି ଯାଇଥାଏ।

୪- ବେଶ୍ ସାଦା-ସିଧା ସହଜ ପୁଷ୍ଟିକର ସୁପାଚ୍ୟ ଆହାର ସାଧାରଣତଃ ଦିନ-ରାତିରେ ଦୁଇଥର।

୫- କ୍ଷୁଧାକୁ କେବେ ବି ଜବତ ନ କରିବା– Regulated uncivilized (ନିୟନ୍ତ୍ରିତ ନିରାଡ଼ମ୍ବର) ଭାବରେ ସମ୍ଭବତଃ ସ୍ୱଳ୍ପ ପ୍ରୟୋଜନର ଭିତରଦେଇ ଜୀବନକୁ ଚଳାଇବା ।

୬- ବିରୁଦ୍ଧ ଭାବର ସଂଘାତରେ temper lose ନ କରିବା– ଅନ୍ତତଃ unprofitably temper lose ନ କରିବା (ଅଯଥାରେ ଉତ୍ତ୍ୟକ୍ତ ନ ହେବା)।

୭- Irregulated  (ଅନିୟନ୍ତ୍ରିତ) ଭାବରେ— ଯାହାଦ୍ୱାରା ଶରୀର ଓ ମନରେ ଅବସାଦ ଆସେ, ଏପରି ଭାବରେ ସ୍ତ୍ରୀ ସହବାସ ନ କରିବା । ଅନ୍ତତଃ ସ୍ତ୍ରୀ କର୍ତ୍ତୃତ୍ୱ solicited  (ଆହୂତ) ନ ହୋଇ  sexually engaged (ଯୌନ ମିଳନ) ନ କରିବା ।

୮- Life with superior Belobed (ଶ୍ରେଷ୍ଠ ଆଦର୍ଶଙ୍କ ସହିତ ଜୀବନ), life in seclusion (ନିଃସଙ୍ଗ ଜୀବନ), life with the family (ନିକଟତମ ପାରିପାର୍ଶ୍ବିକ ଅର୍ଥାତ୍ ପରିବାର ସହିତ ଜୀବନ) life for and with the public (ଏବଂ ଜନତାଙ୍କ ନିମନ୍ତେ ଏବଂ ଜନଗଣଙ୍କ ସହିତ ଜୀବନ)

— ଏହି କେତୋଟି factor (ବିଷୟ) ଯଥା ସମ୍ଭବ ବେଶକରି observe (ପାଳନ) କରିବା।

୯- କୁବ୍ୟାଧି ସଂକ୍ରମଣର ବିସ୍ତାର-ପ୍ରତିରୋଧୀ ଆଚାର-ନିୟମକୁ ପ୍ରତିପାଳନ କରି ଶୁଦ୍ଧ ଓ ପରିଷ୍କାର ପରିଚ୍ଛନ୍ନ ରହିବାର ଅଭ୍ୟାସକୁ ଜୀବନରେ ସହଜ କରି ତୋଳିବା ।

୧୦- କେବଳ ଭାବପ୍ରବଣ ନ ହୋଇ ଭାବ ଓ ବୋଧଗୁଡ଼ିକୁ ବାକ୍ୟ ଓ କର୍ମର ଭିତର ଦେଇ ଜୀବନ-ବୃଦ୍ଧିର ଅନୁଗ କରି ବାସ୍ତବରେ ପରିଣତ କରିବା ।

୧୧- ଶରୀର ଓ ସମୟର ଉପଯୋଗିତା ହିସାବରେ ମଝିରେ ମଝିରେ ସ୍ୱଳ୍ପ ଉପବାସ କରିବା।

You might also like