ପରମ ପୂଜ୍ୟପାଦ ଶ୍ରୀଶ୍ରୀବଡ଼ଦା’ଙ୍କ ଚିଠି

ପରମ କଲ୍ୟାଣୀୟ

ମୋର ଦାଦୁ ବାବାଇ,

ପରମପିତାଙ୍କ ଆଶୀର୍ବାଦ ଜାଣିବ। ସିପାଇ ଓ ବିଙ୍କିକୁ ଜଣାଇବ। ଘରର ଅନ୍ୟାନ୍ୟ ସମସ୍ତଙ୍କୁ ଜଣାଇବ।

ତୁମର ଚିଠି ପାଇ ଖୁବ୍ ଖୁସି ହୋଇଛି- ଖୁବ୍ ଭଲ ଲାଗିଛି ତୁମର ଚିଠି। ଅନେକ ଦିନରୁ ତୁମକୁ ଦେଖିନି- ତୁମେ କେବେ ଆସିବ ମୋ ପାଖକୁ?

ସାବଧାନରେ ରହିବ। ଗୁରୁଜନଙ୍କର କଥା ଶୁଣିବ। ଛୋଟ ଭାଇମାନଙ୍କୁ ଭଲ ପାଇବ। ମନ ଦେଇ ପଢାଶୁଣା କରିବ। ତୁମେ ଏଠାକୁ ଆସିଲେ ତୁମଠାରୁ ଅନେକ ଗଳ୍ପ ଶୁଣିବି- ବୁଝିଲ?

ରୋଜ ସମୟାନୁସାରେ ପ୍ରାର୍ଥନା କରିବ- ଠାକୁରଙ୍କର ନାମ କରିବ- ପରମପିତା ଖୁବ୍ ଭଲ ପାଇବେ! ଆଉ କ’ଣ? ପରମପିତାଙ୍କର ଦୟାରୁ ସୁଖୀ ହୁଅ, ଦୀର୍ଘଜୀବୀ ହୁଅ- ତାଙ୍କ ଚରଣରେ ଏହା ହିଁ ପ୍ରାର୍ଥନା।

|| ଇତି ||

ଆଶୀର୍ବାଦକ,

ତୁମର ଜେଜେ

 

( ଅମିୟ ରଚନାବଳୀ/ ତା. ୧୯.୦୩.୭୩ / ପୃଷ୍ଠା-୭୦/ ପତ୍ର ନଂ. ୫୮)

You might also like