ଶ୍ରୀଶ୍ରୀଠାକୁରଙ୍କ ବାଣୀ

ଧୃତି ବିଧାୟନା

ତୁମେ ଯେଉଁଠି ଦୀକ୍ଷା ନେଇଥାଅନା କାହିଁକି,
ବା ଯେଉଁ ମନ୍ତ୍ରରେ ହିଁ ଦୀକ୍ଷା ନେଇଥାଅ ନା କାହିଁକି,
ସେ ଯଦି ଆଚାର୍ଯ୍ୟ, ତତ୍ତ୍ୱଦ୍ରଷ୍ଟା,
ବୈଶିଷ୍ଟ୍ୟପାଳୀ ଆପୂରୟମାଣ ହୋଇଥା’ନ୍ତି
ଦୁନିଆରେ ଏଭଳି ଯେତେ ଯିଏ ଥା’ନ୍ତୁ ନା କାହିଁକି,
ସେମାନଙ୍କ ଭିତରେ ସ୍ତର-ଭେଦ ଥିଲେ ବି
ବିଭିନ୍ନ ଅଭିବ୍ୟକ୍ତି ନେଇ
ତତ୍ତ୍ୱତଃ ସେମାନେ ତୁମର ସେହି ଗୁରୁ ହିଁ;

ଆଉ ସେ ଯଦି ତା’ ନ ହୋଇଥା’ନ୍ତି
ତା’ ହେଲେ ତୁମର ଦୀକ୍ଷା
ତୁମଠାରେ ଦକ୍ଷ ହୋଇ ଉଠିବନି–
ଏହା ଅତି ନିଶ୍ଚୟ,
କିନ୍ତୁ ପୁରୁଷୋତ୍ତମ ଯେତେବେଳେ ଆବିର୍ଭୂତ
ହୋଇଥା’ନ୍ତି
ସେ ଚିର ଦିନ ହିଁ ଏକ– ଅଦ୍ୱିତୀୟ–
ତା’ ବାସ୍ତବରେ–
ତତ୍ତ୍ୱତଃ ମଧ୍ୟ ।

(ଧୃତିବିଧାୟନା ୧ମ ଖଣ୍ଡ,ବାଣୀ ସଂଖ୍ୟା-୨୨୦)

You might also like